ଟ୍ରେନର ଙ୍କ ଠାରୁ ଶୁଣନ୍ତୁ ଟ୍ରେନିଂ ଟିପ୍ସ

 👉

ମାନସ ନାହାକ ଜଣେ ସଫଳ ଟ୍ରେନରପ୍ରଶିକ୍ଷକ I ସେ ନିଜର ପାଠ ପଢା ସରିଲା ପରେ ଓଡିଶା ବାହାର କୁ ଯାଇ ବିଭିନ କମ୍ପାନୀ ରେ କାମ କରି  ଅଭିଜ୍ଞତା ହାସଲ କଲା ପରେ ଓଡିଶା ରେ ସେ ଲାଇଫ ସ୍କିଲ୍ , ଚାକିରୀ  ଆଚରଣ ବିଧିକ  ସ୍କିଲ୍ ରେ ପ୍ରଶିକ୍ଷଣ ପ୍ରଦାନ କରି ପ୍ରାୟ ୧୫୦୦୦ ରୁ ଅଧିକ ଲୋକଙ୍କ ଜୀବନ କୁ ପ୍ରଭାବିତ କରିପାରିଛନ୍ତି I ITI,ଡିପ୍ଲୋମା,ବିଟେକ,MBA,MCA,BBA,BCA ପ୍ରାୟ ସବୁ ଶ୍ରେଣୀ  ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଇଆସିଛନ୍ତି ନିଜର ୧୨ ବର୍ଷ  ଅଭିଜ୍ଞତା କୁ ସେ ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷା ମାଧ୍ୟମ ରେ   ସେ ତାଙ୍କ ଟ୍ରେନିଂ ରେ ପ୍ରୟୋଗ କରିଛନ୍ତି I ସେ କୁହନ୍ତି ଦକ୍ଷତା  ଅଭାବ ନାଇଁ I ଅଭାବ ଅଛି ପ୍ରେରଣା ଆଉ ସଠିକ ସୁଯୋଗ I ଯଦି ସେଇଟା ମିଳିଯାଏ  ଯୁବକ ଯୁବତୀ କୁ ଚାକିରୀ ପାଇଁ ବାହାରକୁ ଯିବାକୁ ପଡ଼ିବନି 


ପ୍ରଶ୍ନ -ଆପଣଙ୍କ ଟ୍ରେନିଂ  ପାରଦର୍ଶୀତା କଣ ?

ଉତ୍ତର -ମୁଖ୍ୟତ ମୋର ଟ୍ରେନିଂ ପାରଦର୍ଶୀତା ହେଉଛି ଲାଇଫ  ସ୍କିଲ୍ , ଚାକିରୀ ଆଚରଣ ବିଧିକ  ସ୍କିଲ୍ ଏବେ ଉଦ୍ୟୋଗ ବିକାଶ ତାଲିମ ଉପରେ ବି ଧ୍ୟାନ ଦେଉଛି 

ପ୍ରଶ୍ନ - ଚାକିରୀ ପାଇବା ପାଇଁ  ଆଜି ସମୟରେ କଣ  ଅବଶକ୍ୟତା ରହୁଛି  ?  

ଉତ୍ତର - ବୁଦ୍ଧିମାନ ହେବ ନିହାତି ଦରକାର I ଯେ କୌଣସି ଲୋକ ନିଜର ପଢିଥିବା ଜ୍ଞାନ କୁ ସୁଚାରୁ ରୂପେ ଉପସ୍ଥାପନା କରିବା ଆଉ ନିଜର ଆତ୍ମବିଶ୍ୱାସ କୁ ସଠିକ ଭାବେ ଉପଯୋଗ କରିବା ଏବଂ ସକରାତ୍ମକ ମାନସିକତା  ସଫଳତା ଆଣିଥାଏ I ପରିବର୍ତନ ପରିସ୍ଥିତି ରେ ନିଜ କୁ ଆଗରେ ରଖିବା ପାଇଁ ଉଦ୍ୟମ କରିବା ଦରକାର I ବର୍ତ୍ତମାନ ପରିସ୍ଥିତି ରେ  ଚାକିରୀ ମିଳୁନି କହିଲେ ହେବନି ଆମେ ବଜାର ରେ ଯେଉଁ ଚାକିରୀ ଅଛି ତାକୁ ମ୍ୟାଚ୍ କଲା ଭଳି ସ୍କିଲ୍ ,ଆମ ଭିତର ରହିବା  ଦରକାର

 

ପ୍ରଶ୍ନ - ଏଥିପାଇଁ କଣ ପ୍ରସ୍ତୁତି କରିବା କୁ ପଡେ ?

ଉତ୍ତର- ହଁ ,ଉପଯୁକ୍ତ ପ୍ରସ୍ତୁତି ବହୁତ ସାହାଯ୍ୟ କରିଥାଏ I ଆମର କମ୍ୟୁନିକେସନ ସ୍କିଲ୍ ଭଲ କରିବା କୁ ପଡେ ଏଥିପାଇଁ ଆମକୁ ଆମର ପ୍ରତିଦିନ   ଅଭ୍ୟାସ ରେ ପରିବର୍ତ୍ତନ ଆଣିବାକୁ  ପଡିବ I ଆମକୁ ସମୟ ନଷ୍ଟ ନକରି ଭଲ ଅଭ୍ୟାସ କୁ ନିଜ ଜୀବନରେ  ବା ଜୀବନ ଶୈଳୀ ରେ ଆଣିବାକୁ ପଡିବ I ନିଜର ମନ ଆଉ ଶରୀର କୁ ସକ୍ରିୟ ରଖିବା କୁ ହେବ  ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ

ପ୍ରଶ୍ନ - ଭଲ ଡିଗ୍ରୀ ଆଉ ଭଲ ଦକ୍ଷତା କାହାକୁ ଅଧିକ ପ୍ରାଥମିକତା ଦେବା  ଦରକାର  ?

ଉତ୍ତର - ଉଭୟ ଏକତ୍ର ଆପଣଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବେ Iଏହା ପରିସ୍ଥିତି ଉପରେ ନିର୍ଭର କରେ I ତୁମେ ଉଭୟ ପାଇଁ ପ୍ରସ୍ତୁତ ରହିବା ଉଚିତ୍ |

ପ୍ରଶ୍ନ - ଆମ ରାଜ୍ୟ ରେ ଚାକିରୀ ଅଭାବ ଅଛି କି ଲୋକ ରାଜ୍ୟ ବାହାର କୁ କାହିଁକି ଯାଉଛନ୍ତି ?

ଉତ୍ତର -ନିଜର ପ୍ରାଥମିକତା ଅନୁସାରେ ଲୋକ ବାହାରକୁ ଯାଆନ୍ତି କିନ୍ତୁ ଆପଣ ଏହା ବି ଦେଖନ୍ତୁ ଆମ ରାଜ୍ୟ କୁ ଅନ୍ୟ  ରାଜ୍ୟ ଲୋକ ବି ଆସନ୍ତି ଚାକିରୀ କରିବା ପାଇଁ I ଏଠି ବି ସୁଯୋଗ ଅଛି  ଆମେ ଯଦି ନିଜକୁ ଅଗ୍ରିମ ଆଉ ଅପଗ୍ରେଡ୍ କରିପାରିବା ହୁଏ ଏଠି ଆପଣ ନିଜ ଅଂଚଳ ରେ ବି କାମ କରିପାରିବେ

ପ୍ରଶ୍ନ -ଆପଣ ନିଜେ ଯାଇ ରାଜ୍ୟ ବାହାରେ କାମ କରୁଥିଲେ ଏବେ କେମିତି ଏହା କହିପାରିବେ ?

ଉତ୍ତର-ମୋ ସମୟରେ ସୁଯୋଗ ଆଉ ଉତ୍ସାହ କମ ଥିଲା ସେଥିପାଇଁ ମୁଁ  ଶିଖିଛି,ଶିଖୁଛି, ଆଉ ଶିଖାଉଛି 

 

ପ୍ରଶ୍ନ -ଚାକିରୀ ନା ବ୍ୟବସାୟ,କଣ କଲେ ଜଣେ ଆତ୍ମ ନିର୍ଭରଶୀଳ ହେଇପାରିବ ?

 ଆତ୍ମନିର୍ଭରଶୀଳ ହେବ ପାଇଁ ଜଣ କୁ କଠିନ ରୁ କଠିନ ପରିଶ୍ରମ କରିବା କୁ ପଡିବ ଆଉ ନିଜ ଲକ୍ଷ କୁ ସୁଦୃଢ କରିବା କୁ ପଢ଼ିଥାଏ I ଚାକିରି ଏବଂ ବ୍ୟବସାୟ ବହୁତ ଭଲ ସ୍କୋପ ଅଛି ଜଣେ ଚାକିରୀ କରି ନିଜର କିଛି ବ୍ୟବସାୟ ବି କରିପାରିବ ଆଉ ଜଣେ ସଫଳ ଉଦ୍ୟୋଗୀ ହେଇପାରିବ ଯାହା ବି ସ୍ଥିର କରୁଛ କରିବାର ଅଛି, ଆକ୍ସନ ନେବାର ଅଛି କେବଳ ଯୋଜନା ସୀମିତ ରହିବାର ଅଛି ଆଉ କ୍ରମାଗତ ଚେଷ୍ଟା ଜାରି ରଖିବାର ଅଛି Iଭୁଲ ହେଇପାରେ କିନ୍ତୁ ପଛ ଘୁଞ୍ଚା ବା ଡ୍ରପ କରିଗଲେ ସଫଳତା ମିଳେ ନାଇଁ  

ପ୍ରଶ୍ନ -ଆପଣଙ୍କ ଆଗାମୀ ଯୋଜନା କଣ ?

ପ୍ରତିଭାର ଅଭାବ ନାଇଁ ଏଠି ସୁଯୋଗ ଦରକାର I ଆଉ ସୁଯୋଗ ମିଳିଲେ ସୃଷ୍ଟି କରିବା ଉଚିତ   ପ୍ରତ୍ୟେକ ଓଡିଆ ଶିକ୍ଷାର୍ଥୀ  ସେମାନଙ୍କର ଚାକିରୀ ଦକ୍ଷତା ବିକାଶ କରିବା ଉଚିତ  ଏବଂ ଯେଉଁ ମାନେ ବାହାରକୁ ଯାଇ ନିଜର ବ୍ୟବସାୟ ଦକ୍ଷତା ବଳ ରେ ସଫଳ  ଉଦ୍ୟୋଗୀ ହେବାକୁ ଚାହୁଁ ଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ଉଚିତ I ମୋର ଚେଷ୍ଟା ଏହା ରହିବ ଆଗାମୀ ଦିନ ମୁଁ ଅଧିକ ରୁ ଅଧିକ ଏହି ଭଳି ପ୍ରତିଭା ଙ୍କ ପାଖରେ ପହଂଚି ପାରିବି ଆଉ ସେମାନଙ୍କୁ  ଟ୍ରେନିଂ ମାଧ୍ୟମ  ରେ ସେମାନଙ୍କ ଲକ୍ଷ ପୂରଣ କରିବା ରେ ସାହାଯ୍ୟ କରିପାରିବି

 

No comments:

Post a Comment